ପଞ୍ଜାବ: ପଞ୍ଜାବରେ କରୋନା ସଂକ୍ରମଣ କମୁଥିବାରୁ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲକଡାଉନ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ପଞ୍ଜାବ ସରକାର ଘୋଷଣା କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ, କଲେଜ ଓ କୋଚିଂ ସେଣ୍ଟର ଭ୍ୟାକ୍ସିନ ସାର୍ଟିଫିକେଟ ସହ ଖୋଲିବ। ଏଥିସହିତ ରେସ୍ତୋରାଁ, ଜିମ୍, ସିନେମା ହଲ, ବାର ଓ ସ୍ପା ପୁଣିଥରେ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଏଠାକାର ଷ୍ଟାଫ ଅତି କମରେ ଗୋଟିଏ ଡୋଜ୍ ଭ୍ୟାକ୍ସିନ ନେଇଥିବା ନିହାତି ଦରକାର।
ସୂଚନାଯୋଗ୍ୟ, ପଞ୍ଜାବରେ ଗତ ୨୪ ଘଣ୍ଟାରେ ୨୨୯ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୯୭ ହଜାର ୧୯୫ ହୋଇଥିବାବେଳେ ୧୬ହଜାର ୧୫୭ ଜଣଙ୍କର ମୃତ୍ୟୁ ଘଟିଛି।