ଆଜି ସୁସ୍ଥ ହେଲେ ଆଉ ୩,୩୪୧ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୩୪୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୬ହଜାର ୫୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୭୮, କଟକରୁ ୪୪୦, ବାଲେଶ୍ୱରରୁ ୩୯୭, ଯାଜପୁରରୁ ୨୧୦, ପୁରୀରୁ ୧୮୧, କେନ୍ଦ୍ରାପଡ଼ାରୁ ୧୭୮, ଜଗତସିଂହପୁରରୁ ୧୭୭, ଭଦ୍ରକରୁ ୧୭୬, ମୟୁରଭଞ୍ଜରୁ ୧୪୩, ନୟାଗଡ଼ରୁ ୧୦୭, ମାଲକାନଗିରିରୁ ୯୮, ଅନୁଗୁଳ ଓ କେଉଁଝରରୁ ୯୪ ଲେଖାଏଁ, ଷ୍ଟେଟପୋଲରୁ ୯୨, ସୁନ୍ଦରଗଡ଼ରୁ ୬୭, ଢେଙ୍କାନାଳ ଓ ରାୟଗଡ଼ା ଜିଲ୍ଲାରୁ ୭ ଲେଖାଏଁ ରହିଛନ୍ତି। ସେହିପରି କୋରାପୁଟରୁ ୫୨, ବୌଦ୍ଧରୁ ୪୨, ବରଗଡ଼ରୁ ୨୯, ସମ୍ବଲପୁର ଓ ସୋନପୁରରୁ ୨୬ ଲେଖାଏଁ, କନ୍ଧମାଳରୁ ୨୫ ଲେଖାଏଁ, ବଲାଙ୍ଗିର ଓ ନବରଙ୍ଗପୁରରୁ ୨୧ ଲେଖାଏଁ, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୧, ଗଜପତି ଓ ଗଞ୍ଜାମରୁ ୯ ଲେଖାଏଁ, ନୂଆପଡ଼ାରୁ ୭ ଓ ଦେଓଗଡ଼ ଜିଲ୍ଲାରୁ ୫ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୫ହଜାର ୧୩୬ ହୋଇଥିବାବେଳେ ୯ଲକ୍ଷ ୬ହଜାର ୫୧୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪,୪୭୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୪ହଜାର ୧୪୧ଜଣ ଚିକିତ୍ସିତ ହେଉଛନ୍ତି।