ପଞ୍ଜାବରେ ଆଜିଠୁ ନାଇଟ କର୍ଫ୍ୟୁ

ଚଣ୍ଡୀଗଡ଼: କରୋନା ସଂକ୍ରମଣ ଯୋଗୁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଏହି ନାଇଟ କର୍ଫ୍ୟୁ ଆଜି ରାତିରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିସହିତ ପଞ୍ଜାବ ସରକାର ରାଜ୍ୟରେ ରାଜନୈତିକ ସଭା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ, ଦିଲ୍ଲୀ ଓ ପଞ୍ଜାବ ପରେ ଉତ୍ତର ପ୍ରଦେଶରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ ହେବାର ସମ୍ଭାବନା ରହିଛି।