ଅପରାହ୍ଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ

ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂହ ଚନ୍ନୀ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଏକ ଚିଠି ଲେଖିଥିଲେ। ଆଜି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପରାହ୍ଣ ୪ଟାରେ ଦିଲ୍ଲୀରେ ଭେଟିବେ ବୋଲି ଜଣାପଡ଼ିଛି। ଏହାପରେ ସେ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରିପାରନ୍ତି। ଏହା ପୂର୍ବରୁ ଚନ୍ନୀ ନିଜର ମନ୍ତ୍ରୀମଣ୍ଡଳ ଚୟନ କରିବା ପାଇଁ ଦୁଇ ଥର ଦିଲ୍ଲୀ ଗସ୍ତ କରିଥିଲେ।