ଇସ୍ତଫା ଦେଇପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦେଇପାରନ୍ତି ଇସ୍ତଫା। ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କହିପାରନ୍ତି ଦଳର ହାଇକମାଣ୍ଡ। ଆଜି ହେବାକୁ ଥିବା ବୈଠକ ପୂର୍ବରୁ ସିସବା ଫାର୍ମହାଉସରେ ଦଳର ବିଧାୟକଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲେ ଅମରିନ୍ଦର। କିନ୍ତୁ ଏଭଳି କୌଣସି ପ୍ରକାର ସୌଜନ୍ୟମୂଳକ ସାକ୍ଷାତ ପାଇଁ ବିଧାୟକଙ୍କୁ ମନା କରିଦେଇଛନ୍ତି ହାଇକମାଣ୍ଡ। ଅମରିନ୍ଦରଙ୍କୁ ପଦରୁ ହଟାଇବା ପାଇଁ ଦଳ ଯେଉଁଭଳି ଭାବେ ଚାପ ପକାଉଛି ନିଶ୍ଚିତ ଭାବେ ପଞ୍ଜାବ ରାଜନୀତିରେ କୌଣସି ବଡ ପରିବର୍ତ୍ତନ ହେବାକୁ ଥିବା ଅନୁମାନ କରାଯାଉଛି।