ନୂଆଦିଲ୍ଲୀ: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ରାଜିୟା ସୁଲତାନା ଇସ୍ତଫା ଦେଇଛନ୍ତି। ରାଜିୟାଙ୍କୁ ଜଳପୂର୍ତ୍ତି ଓ ସ୍ୱଚ୍ଛତା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମିଳିଥିଲା। ରାଜିୟା ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ନଭଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ରାଜିୟା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି। ରାଜିୟା ହେଉଛନ୍ତି ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫାଙ୍କ ପତ୍ନୀ।
ଇସ୍ତଫା ଦେବା ପରେ ରାଜିୟା ସୁଲତାନା କହିଛନ୍ତି ଯେ, ସମସ୍ତେ ଜାଣିଥିଲେ କି କ’ଣ ଗୋଟିଏ ଅଘଟଣ ଘଟିବାର ଅଛି। ନଭଜୋତ ସିଂହ ସିଦ୍ଧୁ ଜଣେ କର୍ତ୍ତବ୍ୟସମ୍ପନ୍ନ ବ୍ୟକ୍ତି। ତାଙ୍କର କୌଣସି ସ୍ୱାର୍ଥ ନଥିଲା। ସେ ପଞ୍ଜାବ ଓ ପଞ୍ଜାବୀଙ୍କ ପାଇଁ ଲଢ଼ୁଥିଲେ।