ଭୁବନେଶ୍ୱରରେ ୧୪୫ ଆକ୍ରାନ୍ତ: ୧୮୪ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୧୪୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ଜଣ ଓ ସ୍ଥାନୀୟ ସଂକ୍ରମଣ ୧୧୦ଜଣ ରହିଛନ୍ତି। ଅନ୍ୟପଟେ ୧୮୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୨ହଜାର ୪୭୧କୁ ବୃଦ୍ଧି ପାଇଥିବାବେଳେ ୧ଲକ୍ଷ ୭ଜାର ୭୯୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୦୧୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୬୪୧ଜଣ ଚିକିତ୍ସିତ ହେଉଛନ୍ତି।