ଆଜି କୋର୍ଟରେ ହାଜର ହେବେ ଡ୍ରଗ୍ସ ପାର୍ଟି ମାମଲାର ଏନସିବି ସାକ୍ଷୀ କିରଣ ଗୋସାଭି

ମୁମ୍ବାଇ,ଏଜେନ୍ସି: ନ୍ୟାୟିକ ହେପାଜତକୁ ଗଲେ ଗିରଫ ହୋଇଥିବା କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଏନସିବି ସାକ୍ଷୀ କିରଣ ଗୋସାଭି। ତାଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଏକ ଠକେଇ ମାମଲାରେ ଗିରଫ ହୋଇ ହାଜତରେ ଥିଲେ। ବୁଧବାର ପୁଣେ ନଗରର ଲସ୍କର ପୋଲିସ ଗୋସାଭିଙ୍କୁ ନ୍ୟାୟିକ ହେପାଜତକୁ ନେଇଛି।

ଏହି ମାମଲାର ତଦନ୍ତ କରୁଥିବା ଲସ୍କର ପୋଲିସ ଷ୍ଟେସନରେ ଜଣେ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ପୋଲିସ ଗୋସାଭିଙ୍କୁ ହେପାଜତକୁ ନେଇଛି। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ। ସେ ବର୍ତ୍ତମାନ ରିମାଣ୍ଡରେ ଅଛନ୍ତି।’

ଏହାପୂର୍ବରୁ ମଙ୍ଗଳବାର ଫରାସଖାନା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଠକେଇ ମାମଲାରେ ଗୋସାଭିଙ୍କୁ ପୁଣେ କୋର୍ଟ ଜୁଡିସିଆଲ ହେପାଜତକୁ ପଠାଇଥିଲେ। ଅକ୍ଟୋବର ୨୮ରେ, ଗୋସାଭି ପୁଣେ ନଗର ପୋଲିସ ଦ୍ବାରା ୨୦୧୮ ମସିହାରେ ୧୮ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିଲା। ସେ ମାଲେସିଆରେ ଚାକିରି କରାଇଦେବାକୁ କହି ଜଣେ ଯୁବକଙ୍କ ଠାରୁ ଠକେଇ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସୁନୀଲ ଦେଶମୁଖ ଗୋସାଭିଙ୍କ ବିରୋଧରେ ୨୦୧୮ରେ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା।