କାଲି ହେବ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର ଶୁକ୍ରବାର ହୃହଘାତରେ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ବିୟୋଗରେ ଗୋଟିଏ ପଟେ ପ୍ରଶଂସକ ଅନ୍ତିମ ଦର୍ଶନ ପାଇଁ ବ୍ୟାକୁଳ ଥିବାବେଳେ ଅନ୍ୟପଟେ ପରିବାର ପ୍ରାର୍ଥୀବ ଶରୀର କାନ୍ତୀରବା ଷ୍ଟାଡିୟମରେ ରଖି ତାଙ୍କ ଝିଅକୁ ଅପେକ୍ଷା କରିଛି।

ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମୋଇ କହିଛନ୍ତି ଯେ, ଅଭିନେତାଙ୍କ ଝିଅ ଆଜି ବାଙ୍ଗାଲୁରୁ ପହଂଚିବେ। ଆମ ପରମ୍ପରା ଅନୁସାରେ ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରାଯାଏ ନାହିଁ। ସେଥିପାଇଁ ବାଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମରେ କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ।