ଆମ ଆଦମି ପାର୍ଟି ପକ୍ଷରୁ ପଲ୍ସରେଟ ଯାଞ୍ଚ

ରାୟଗଡ଼ା,ଏନ୍ଏନ୍ଏସ୍: ଆମ ଆଦମି ପକ୍ଷରୁ ଅକ୍ସି ମିଟର ଜରିଆରେ ପଲ୍ସରେଟ ଯାଞ୍ଚ କରାଯାଇଛି। ସ୍ଥାନୀୟ ପରିବା ମାକେର୍ଟ ନିକଟରେ ଆମ ଆଦମି କର୍ମୀମାନେ ଅକ୍ସି ମିଟର ଦ୍ୱାରା ପାଶ୍ୱର୍ସ୍ତ ଲୋକଙ୍କ ପଲ୍ସରେଟ ଯାଞ୍ଚ କରିଥିଲେ। କରୋନା ମହାମାରୀ ଲେଢଇକୁ ବ୍ୟାପକ କରିବାକୁ ପାର୍ଟି ପକ୍ଷରୁ ଚଳିତ ମାସରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧୨୦୦ ଲୋକଙ୍କ ପଲ୍ସରେଟ ଯାଞ୍ଚ କରାଯାଇଥିବା ଜଣାଯାଇଛି। ୧୩ ଜଣ ସ୍ୱେଚ୍ଛାସେବୀ ଅକ୍ସିମିତ୍ରଙ୍କ ସହଯୋଗକ୍ରମେ ଉକ୍ତ କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଇଛି।

ଆସନ୍ତା ଦିନରେ ରାୟଗଡାର ପ୍ରତ୍ୟେକ ବ୍ୟକ୍ତିଙ୍କ ପଲ୍ସରେଟ ମପାଯିବ ବୋଲି ଦଳ ଲକ୍ଷ ଧାର୍ଯ୍ୟ କରିଛି। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ସହରାଞ୍ଚଳରେ ଚାଲୁଥିବା ବେଳେ ଏହା ଆଗାମୀ ଦିନରେ ଗ୍ରାମାଞ୍ଚଳରେ ହେବା ନେଇ ଆମ ଆଦମି ପାର୍ଟିର ରାଜ୍ୟ ସମ୍ପାଦକ, ମୁଖପାତ୍ର ତଥା ରାୟଗଡ଼ା ଜିଲ୍ଲା ସଭାପତି ଜନ୍ମେଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି। ଦିଲ୍ଲୀ ସରକାର କରୋନା ଲଢେଇକୁ ସଫଳତା ସହ ମୁକାବିଲା କରି ସଂକ୍ରମିତଙ୍କ ହାର କମ କରିବାରେ ସଫଳ ହୋଇଥିବାବେଳେ ଅନୁରୂପ ଓଡିଶାରେ ରାଜ୍ୟ ସରକାର କରୋନା ପ୍ରତିହତ କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଥିବା ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି।