ବୃକ୍ଷ କଟା ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରାସ୍ତା ପ୍ରଶସ୍ତିକରଣ ନାଁରେ ହେଉଥିବା ବୃକ୍ଷ କଟାକୁ ପ୍ରତିବାଦ କରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ପାଟଣାଗଡ଼ କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାସନର ପରିବେଶ ବିରୋଧୀ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଳ କୁମାର ଗୁରୁ, ସୁବାଷ ଚନ୍ଦ୍ର ଆଚାର୍ଯ୍ୟ, ଆଇନଜୀବୀ ସେବୀକା ରାଜହଂସ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଅଭିଳାଷ ଭୋଇ, ପ୍ରେସ କ୍ଲବ ପାଟଣାଗଡ଼, ଆଦିବାସୀ ସଂଘର ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ଚୂଡ଼ାମଣି ଧରୁଆ, ଟିକେଶ୍ୱର ମିର୍ଧା, ଚୂଡ଼ାମଣି ଧରୁଆ, ମଦନ ମାଝୀ, ନିତ୍ୟାନନ୍ଦ ମାଝୀ, ପିଣ୍ଟୁ ବୁଡ଼େକ, ଭାବ ବରିହା ଓ ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ଧାରଣାରେ ଯୋଗ ଦେଇଥିଲେ । ପରେ ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ସହ ୨ ରାସ୍ତାରେ ବୃକ୍ଷରୋପଣ କରିବା ପାଇଁ ୧୦ଟି ବୃକ୍ଷ ଉପହାର ଦିଆଯାଇଥିଲା ।