ନୂଆଦିଲ୍ଲୀ: ଅଳ୍ପ ସମୟ ମଧ୍ୟରେ ସଭିଙ୍କଠାରେ ଲୋକପ୍ରିୟ ହୋଇଥିବା ଗେମ୍ ‘ପବଜୀ’ ପୁଣିଥରେ ଭାରତକୁ ଫେରିବାକୁ ଯାଉଛି। ଏହାର ଏକ ଭିଡିଓ କମ୍ପାନୀ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଛି। ଉକ୍ତ ଭିଡିଓରେ ଏକ ନୂଆ ରୂପରେ ପବଜୀ ଗେମ୍ ଭାରତକୁ ଫେରୁଥିବା କଥା ଉଲ୍ଲେଖ କରାଯାଇଛି। ଅନ୍ୟପଟେ ଟକସ୍ ରିପୋର୍ଟ ଅନୁସାରେ ପବଜୀ ମୋବାଇଲ ଗେମ୍ ପାଇଁ ପ୍ରୀ ରେଜିଷ୍ଟ୍ରେସନ୍ ଟେପଟେପ ଷ୍ଟୋରରେ ଉପଲବ୍ଧ । ପବଜୀ ମୋବାଇଲ ଇଣ୍ଡିଆରେ ରେଜିଷ୍ଟ୍ରେସନ କରିବା ପାଇଁ ଟେପଟେପ କମ୍ୟୁନିଟିର ସଦସ୍ୟ ହେବାକୁ ପଡ଼ିବ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପବଜୀ କର୍ପୋରେସନ ପାଇଁ ଭାରତୀୟ ୟୁଜର୍ସଙ୍କ ଡାଟା ସୁରକ୍ଷିତ ରଖିବା ହେଉଛି ସେମାନଙ୍କ ପ୍ରାଥମିକତା। କମ୍ପାନୀର ସୁରକ୍ଷାକୁ ମଜଭୁତ କରିବା ପାଇଁ ଭାରତୀୟ ୟୁଜର୍ସଙ୍କ ବ୍ୟକ୍ତିଗତ ପରିଚୟ ରଖୁଥିବା ଷ୍ଟୋରେଜ ପ୍ରଣାଳୀ ଉପରେ ନିୟମିତ ଅଡିଟ ଓ ଭେରିଫିକେସନ ସହ ଡାଟା ସୁରକ୍ଷିତ ରହିଛି ବୋଲି ସୁନିଶ୍ଚିତ କରିବାକୁ ପଡ଼ିବ।