ଡିସେମ୍ବରରେ ରିଲଞ୍ଚ ହେବ ପବଜୀ

ନୂଆଦିଲ୍ଲୀ: ଡିସେମ୍ବର ପ୍ରଥମ ସପ୍ତାହରେ ପବଜୀ ମୋବାଇଲ ଇଣ୍ଡିଆ ରିଲଞ୍ଚ ହେବ। ଗେମ ଡେଭଲପର୍ସ ଭାରତ ସରକାରଙ୍କଠାରୁ ଏନେଇ ଅନୁମତି ମିଳିବାକୁ ଅପେକ୍ଷା କରଥିଲା। ଆଉ ଗତ ବୁଧବାର ଅନୁମତି ମିଳିଯାଇଛି। ଭାରତରେ ଲଞ୍ଚ ହେବାକୁ ଥିବା ପବଜୀ ଭର୍ସନ ଟିକିଏ ଭିନ୍ନ ରହିବ। ଗୁଗୁଲ ପ୍ଲେ ଲିଷ୍ଟରେ ଏହାର ଆକାର ୬୧୦ ଏମବି ପର୍ଯ୍ୟନ୍ତ କମିଯିବ। ପବଜୀ ଖେଳିବା ପାଇଁ ୟୁଜର୍ସ ପୁରୁଣା ଆଇଡି ବ୍ୟବହାର କରିପାରିବେ ବୋଲି ଜଣାପଡ଼ିଛି।