ପିଟି ଉଷା ହେଲେ ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦୌଡ଼ରାଣୀ ପିଟି ଉଷାଙ୍କୁ ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଫଳରେ ଭାରତୀୟ ଖେଳ ପ୍ରଶାସନର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଉଚ୍ଚତମ ନ୍ୟାୟଳୟ ଦ୍ୱାରା ନିଯୁକ୍ତ କରାଯାଇଥିବା ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ଜଜ୍ ନାଗେଶ୍ୱର ରାଓଙ୍କ ଦେଖାଶୁଣାରେ ନିର୍ବାଚନ ସମ୍ପନ୍ନ ହୋଇଛି ।

ପିଟି ଉଷା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଆଇଓଏରେ ଦଳୀୟ ରାଜନୀତିରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟ ସମାପ୍ତ ହୋଇଛି । ସର୍ବୋଚ୍ଚ ପଦରେ ଉଷାଙ୍କ ନିଯୁକ୍ତି ନେଇ ଗତ ମାସ ହିଁ ନିଷ୍ପତ୍ତି ନିଆଯାଇଥିଲା । କାରଣ ଅଧ୍ୟକ୍ଷ ପଦ ଲାଗି ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।