ରିଲିଜ୍‌ ହେଲା ’ଏକ୍‌ ଭିଲେନ୍‌ ରିଟର୍ଣ୍ଣସ’ର ଟ୍ରେଲର୍‌

ନୂଆଦିଲ୍ଲୀ,ଏଜେନ୍ସି: ସମ୍ପୂର୍ଣ୍ଣ ଥ୍ରିଲରରେ ଭରପୁର ଏକ ଫିଲ୍‌ ‘ଏକ୍‌ ଭିଲେନ୍‌ ରିଟର୍ଣ୍ଣସ୍‌‘ର ଟ୍ରେଲର ରିଲିଜ ହୋଇଯାଇଛି। ତେବେ ଏହି ଫିଲ୍ମରେ ଥ୍ରିଲର ଓ ଆକ୍ସନ୍‌ ଭରି ରହିଥିବା ପାଖାପାଖି ୩ ମିନିଟର ଏହି ଟ୍ରେଲରରେ ଦର୍ଶଯାଇଛି। ଏହି ଫିଲ୍ମଟି ଜୁଲାଇ ୨୯ ତାରିଖରେ ବଡ ପରଦାରେ ରିଲିଜ ହେବ।

ରିତେଶ ଦେଶ୍‌ମୁଖଙ୍କ ’ଏକ୍‌ ଭିଲେନ’ର କାହାଣିକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଛି। ପ୍ରଥମ ଅଧ୍ୟାୟରେ ରିତେଶ ଦେଶମୁଖ୍‌ ରାକେଶ ମହାଦକରର ଭୂମିକାରେ ନଜର ଆସିଥିଲେ। ଏହି କାହାଣିରେ ଜନ୍‌ ଆବ୍ରାହାମ୍‌ ନଜର ଆସିଛନ୍ତି। ସେହିପରି ଦିଶା ପଟାନି, ଅର୍ଜୁନ୍‌ କପୁର୍‌, ତାରା ସୁତାରିଆ ମୁଖ୍ୟ ଭୂମିକାରେ ନଜର ଆସିବେ।

ବାଲାଜି ଟେଲି ଫିଲ୍ମ ଲିମିଟେଡ୍‌ର ଏକତା କପୁର ପ୍ରଡକ୍ସନ ହାଉସ ଏହି ପିଲ୍ମଟି ପ୍ରସ୍ତୁତ କରିଥିବା ବେଳେ ଏଥିରେ ମୋହିତ୍‌ ସୁରୀ ନିର୍ଦ୍ଦେଶନା ଦେଇଛନ୍ତି।