Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁଷ୍ଟିସାଧନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁଷ୍ଟିସାଧନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର,୫ା୯/ଏନ୍ଏନ୍ଏସ୍: ପୁଷ୍ଟି ହିଁ ପ୍ରଗତିର ପ୍ରମୁଖ ଲକ୍ଷଣ। ସମାଜ ପାଇଁ ପୁଷ୍ଟିସମ୍ପନ୍ନ ଶିଶୁ, କିଶୋରୀ, ମହିଳା ହେଉଛନ୍ତି ଅମୂଲ୍ୟ ସମ୍ପଦ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଗୁରୁବାର ଏଠାରେ ଆୟୋଜିତ ‘ଟ୍ରାନ୍ସଫର୍ମିଙ୍ଗ ନ୍ୟୁଟ୍ରିସନ୍ ଆଉଟକମସ୍ ଇନ୍ ଓଡ଼ିଶା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରି ପୁଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ନିମନ୍ତେ ବିଭାଗ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଅନୁରୂପ ଭାବେ ରାଜ୍ୟର ଦୁର୍ଗମ ଅପହଞ୍ଚ ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେମିତି କେହି ଜଣେ ବି ମହିଳା ଓ ଶିଶୁ ଅପପୁଷ୍ଟିର ଶିକାର ନ ହୁଅନ୍ତି ତାହା ସୁନିଶ୍ଚିତ କରିବାର ଗୁରୁଦାୟିତ୍ୱ କ୍ଷେତ୍ର କର୍ମଚାରୀଙ୍କ ଉପରେ ନ୍ୟସ୍ତ ରହିଛି। ସମସ୍ତଙ୍କ ପାଖରେ ଯେଭଳି ଅଙ୍ଗନବାଡ଼ି ସେବା ପହଞ୍ଚିପାରିବ ସେଥିପାଇଁ ତତ୍ପରତାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ।

ପୁଷ୍ଟିସାଧନ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିବା ପାଇଁ ୫‘ଟି’ ପ୍ରୟୋଗ କରି ଅଙ୍ଗନବାଡ଼ିଗୁଡ଼ିକୁ ସଶକ୍ତ କରାଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଟେକ୍ ହୋମ୍ ରାସନ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ‘ମୋ ଛତୁଆ’ ଆପ୍ ପ୍ରଚଳନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସୁଷମ ରନ୍ଧାଖାଦ୍ୟ ସହ ମାଗଣାରେ ସ୍କୁଲ ୟୁନିଫର୍ମ, ଜୋତାମୋଜା, ରନ୍ଧନ ଗ୍ୟାସ୍, ୱାଟର ଫିଲଟର ପ୍ରଭୃତି ଯୋଗାଇ ଦିଆଯାଉଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିରେ ୧୫୦ଟି କ୍ରେଚ୍ ଏବଂ ଖଣି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍ ଜରିଆରେ ୬୦ଟି କ୍ରେଚ୍ ଖୋଲାଯାଇଛି। ଛତୁଆର ମାନ ପରୀକ୍ଷା ପାଇଁ କେନ୍ଦ୍ରୀୟ ଖାଦ୍ୟ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (ସିଏଫ୍ଟିଆର୍ଆଇ)କୁ ଅନୁବନ୍ଧିତ କରାଯାଇଛି।

ପୁଷ୍ଟିସାଧନ କ୍ଷେତ୍ରରେ ଅଧିକ ସଫଳତା ହାସଲ ପାଇଁ ୬ଟି ପ୍ରସଙ୍ଗ ଉପରେ ମାନସ ମନ୍ଥନ ହୋଇଥିଲା। ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ୍, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ଆପିର କାର୍ଯ୍ୟକ୍ରମ ଅଧିକାରୀ, ୟୁନିସେଫ୍ ଏବଂ ଅନ୍ୟ ସହଯୋଗୀ ଅଂଶୀଦାରମାନେ ପାୱାର ପଏଣ୍ଟ ଜରିଆରେ ପୁଷ୍ଟିସାଧନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଦୀର୍ଘମିଆଦୀ ଯୋଜନା, ଉପଯୁକ୍ତ କାର୍ଯ୍ୟାନ୍ୱୟନ, ତଦାରଖ, ସମୀକ୍ଷା ସହ ସମସ୍ତ ଅଂଶୀଦାରଙ୍କ ସହଭାଗିତାରେ ଓଡ଼ିଶା ପୁଷ୍ଟି ସାଧନ କ୍ଷେତ୍ରରେ ଖୁବ୍ ଶୀଘ୍ର ଉଚ୍ଚସ୍ତରକୁ ଉନ୍ନୀତ ହେବାସହ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ରୂପାନ୍ତରିତ ହୋଇପାରିବ ବୋଲି ବୈଜ୍ଞାନିକ, ବିଶେଷଜ୍ଞ, ଗବେଷକ, ପ୍ରଶାସକ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ଏବଂ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।