ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ କଲ୍ୟାଣ ମଣ୍ଡପରେ ଜିଲ୍ଲା ନିର୍ମାଣ ଶ୍ରମିକ କାର୍ଯ୍ୟାଳୟ ପକ୍ଷରୁ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଜିଲ୍ଲା ପରିଷଦ ସଭାପତି କୌଶିକ କୁମାର ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଏଡିଏମ୍ ରେବେକୋ ବିଲୁଙ୍ଗ, ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲା ନିର୍ମାଣ ଶ୍ରମିକ କାର୍ଯ୍ୟାଳୟ ପକ୍ଷରୁ ଆଜି ରିଆମାଳ ବ୍ଲକ ଶ୍ରମିକଙ୍କୁ ୧ କୋଟି ୪୨ ଲକ୍ଷ ୧୩ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।