ୟୁପି କୃଷକଙ୍କ ହତ୍ୟାର ପ୍ରତିବାଦରେ ଏଆଇକେକେଏମଏସ୍ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର,ଏନ୍ଏନ୍ଏସ୍: ଉତ୍ତରପ୍ରଦେଶର ଲଖୀମପୁରଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚପେଇ କୃଷକଙ୍କୁ ହତ୍ୟା କରିଥିବା ବିଜେପି ମନ୍ତ୍ରୀଙ୍କ ବିରୋଧରେ ଏଆଇକେକେଏମଏସ୍ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ବ୍ରିଟିଶଙ୍କ ଜୁଲୁମ ଅତ୍ୟା·ରଠାରୁ ସ୍ୱାଧୀନ ଭାରତର ପୁଞ୍ଜିବାଦୀ ବିଜେପି ସରକାରଙ୍କ ଅତ୍ୟାଚାର ଚରମ ସୀମାରେ ପହଂଚିଛି। ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ତଦାରଖରେ ଏସଆଇଟି ଦ୍ୱାରା ତଦନ୍ତ କରାଯାଉ। ଏଥିସହିତ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କ ପୁଅଙ୍କୁ ହତ୍ୟା ମାମଲାରେ ତୁରନ୍ତ ଗିରଫ କରାଯାଇ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ବୋଲି ଦାବି କରାଯାଇଛି। ଆଉ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ସମୟରେ ଏଆଇକେକେଏମଏସ୍ ପକ୍ଷରୁ ସୁନିଲ ଭୋଇ, ଏଆଇଡିଏସ୍ଓ ସଂପାଦକ ମଧୁସୂଦନ ବାଗ, ଗୌରୀ ରାଉତ, ଅହଲ୍ୟା ସାହୁ, ଜୟ କିଶାନର ପୂର୍ଣ୍ଣ ବିଶ୍ୱାଳ, ବିକାଶ ଜେନା, ଋଷିକେଶ ବୁଡେକ ଓ ଖଗେଶ୍ୱର ମହାନନ୍ଦଙ୍କ ସହ ବହୁ ସଂଖ୍ୟାରେ ପ୍ରତିବାଦକାରୀ ସାମିଲ ହୋଇଥିଲେ।