ୟୁକ୍ରେନ୍ ବାସୀଙ୍କୁ କେମିକାଲ ଆକ୍ରମଣରୁ ରକ୍ଷା କରିବା ପାଇଁ ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଉଛି ଆମେରିକା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ୩୮ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ଯୁଦ୍ଧ। ଏହାରି ମଧ୍ୟରେ ଋଷ ପକ୍ଷରୁ ୟୁକ୍ରେନ୍ ର ଅନେକ ବଡ଼ ବଡ଼ ସହର ଦଖଲ କରିବାକୁ ଚେଷ୍ଟା କରାଯାଇଥିଲେ ବି ଏଯାଏଁ ସଫଳ ହୋଇପାରିନି ପୁଟିନ୍ ସେନା।

ଯାହାକୁ ନେଇ ଏବେ ଋଷ ଆହୁରି ଅଧିକ ଆକ୍ରାଣାତ୍ମକ ହୋଇପଡିଛି ଓ ପରମାଣୁ ଓ କେମିକାଲ ଆକ୍ରମଣର ଭୟ ଦେଖାଇଛି। ଏଭଳି ସ୍ଥିତିରେ ଋଷ କେମିକାଲ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରି ଆଗୁଆ ୟୁକ୍ରେନ୍ ବାସୀଙ୍କ ଜୀବନ ରକ୍ଷା କରିବା ପାଇଁ ଆମେରିକା ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇବା ଆରମ୍ଭ କରିଛି।

ଏନେଇ ଆଜି ହ୍ୱାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ହ୍ୱାଇଟ ହାଉସ୍ ପକ୍ଷରୁ କୁହାଯାଇଛି ଯେ ମସ୍କୋ ଯେ କୌଣସି ସମୟରେ ୟୁକ୍ରେନ୍ ଉପରେ କେମିକାଲ ଆକ୍ରମଣ କରିପାରେ ଯାହାକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ୟୁକ୍ରେନ୍ କୁ ଏହି ସହାୟତା ଯୋଗାଇ ଦିଆଯାଇଛି।