ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବରର ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ୟୁନାଇଟେଡ୍ ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟରେ ’ବୌଦ୍ଧିକ ସମ୍ପତ୍ତି’କୁ ନେଇ ଆଜି ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବୌଦ୍ଧିକ ସମ୍ପତ୍ତି ତଥା (Intelectual Property) କ’ଣ, ଏହାର ଘଟଣାବଳୀ ଓ ଆହ୍ବାନ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। Lex Protector ସଂସ୍ଥାର ପ୍ରତିଷ୍ଠାତା ତଥା ଅଂଶୀଦାର ପରିଚାଳକ ଅରବିନ୍ଦ ପଣ୍ଡା ଓ Legal Associate ସ୍ବାଗତିକା ଲେଙ୍କା ବୌଦ୍ଧିକ ସମ୍ପତ୍ତିର ବ୍ୟବହାରିକ ଉପଯୋଗୀତା ଓ ଅନୁସନ୍ଧାନ ସମ୍ପର୍କିତ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଅନ୍ୟତମ ବକ୍ତା ଭାବେ Lex Publicio ସଂସ୍ଥାର ସହଯୋଗୀ ଅଂଶୀଦାର ସୌମ୍ୟରଞ୍ଜନ ପତି ଓ ଆଡଭାଇଜର ଦେବଦତ୍ତ ମହାପାତ୍ର ବୌଦ୍ଧିକ ସମ୍ପତ୍ତି ସମ୍ପର୍କିତ ଆହ୍ବାନ ଓ ଏବେକାର ନୂତନ ପ୍ରଗତିର ଧାରା ସମ୍ପର୍କରେ ନିଜସ୍ବ ମତ ରଖିଥିଲେ। ୟୁଏସ୍ବିଏମ୍ର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତ ରାୟ, ଉପଦେଷ୍ଟା ଡ. କାହ୍ନୁଚରଣ ସ୍ବାଇଁ ଓ ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ ଅତିଥିମାନଙ୍କୁ ପ୍ରାରମ୍ଭିକ ସ୍ବାଗତ ଜଣାଇଥିଲେ।
କର୍ମଶାଳାର ଆବାହିକା ଡ. ସ୍ବାତୀ ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟତମ ଆବାହିକା ଡ. ସ୍ମିତା ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ବୋଲି ବରିଷ୍ଠ ଅଧ୍ୟାପକ କୌଳାସ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।