ପ୍ରଫେସର ହରିହର ହୋତା ହେଲେ ନୂତନ କୂଳପତି

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ନୂତନ କୂଳ ପତି ଭାବେ ମନୋନିତ ହୋଇଛନ୍ତି ପ୍ରଫେସର ହରିହର ହୋତା। ମହାମୟିମ ରାଜ୍ୟପାଳ ତଥା କୂଳାଧିପତୀ ପ୍ରଫେସର ଗଣେଶ ଲାଲ କୂଳପତି ଭାବେ ପ୍ରଫେସର ହୋତାଙ୍କୁ ମନୋନୀତ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବିଜ୍ଞାପନ ପରେ କୂଳପତି ପଦପୀ ପାଇଁ ୧୧ଜଣେ ପ୍ରଫେସର ଆବେଦନ କରିଥିଲେ। କୂଳପତି ଚୟନ ନିମନ୍ତେ ଜଣେ ସିଣ୍ଡିକେଟ୍ ସଦସ୍ୟ, ଜଣେ ୟୁଜିସି ସିଦସ୍ୟ ଓ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ଜଣେ ପ୍ରଫେସରଙ୍କୁ ନେଇ ତିନି ଜଣିଆ ଚୟନ କମିଟି ଗଠନ କରାଯାଇଥିଲା। ୧୧ଜଣଙ୍କ ଦରଖାସ୍ତକୁ ବିଚାର କରିବା ପରେ ଗତ ୧୨ତାରିଖ ଦିନ ସେମାନଙ୍କ ସାଖ୍ୟାତକାର କରାଯାଇଥିଲା। ତଦନୂଯାୟୀ କମିଟି ତିନି ଜଣଙ୍କ ନାମ ରାଜ୍ୟପାଙ୍କୁ ସୁପାରିଶ କରିଥିଲା। ରାଜ୍ୟପାଳ ଆଜି ସେମାନଙ୍କ ସାକ୍ଷାତକାର କରି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳର ପ୍ରଫେସର ହରିହର ହୋତାଙ୍କୁ ନୂତନ କୂଳପତି ଭାବେ ମନୋନୀତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୦ ତାରିଖରୁ କେନ୍ଦ୍ରଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ , ପୂର୍ବତନ କୂଳପତି ପ୍ରଫେସର ରାଧାମାଧବ ଦାଶଙ୍କ ଠାରୁ ଦାୟିତ୍ୱ ନେଇ ବିଶ୍ୱବିଦ୍ୟାଳୟ ତୁଲାଉଥିଲେ।