ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବରେ ପୁରସ୍କାର ବଣ୍ଟନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ୨ଦିନ ଧରି ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବର ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀ ଓ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଥାନାଧିକାରୀ ଅନନ୍ତ ପ୍ରଧାନ, ଲାୟନ୍ସ ୩୨୨ ସି୨ର ଦ୍ୱିତୀୟ ଗଭର୍ଣ୍ଣର ଏମ ଯେ ଏଫ ପ୍ରଦୀପ କୁମାର ବଂଶଲ, କ୍ଲବ ତଥା ସ୍କୁଲ ସଭାପତି ଲାୟନ କେଶବ ଛାପାଡ଼ିଆ, ସମ୍ପାଦକ ଲାୟନ ସୁନୀଲ ଅଗ୍ରୱାଲ, ପ୍ରିନ୍ସିପାଲ ନାରାୟଣ ପଟ୍ଟନାୟକ ଓ ସ୍କୁଲର ଡାୟରେକ୍ଟର ପ୍ରତିଶ ଶିଧୀଶ୍ୱର ମଞ୍ଚାସୀନ ଥିଲେ । କ୍ରୀଡ଼ା ହେଉଛି ମଣିଷ ଜୀବନର ଏକ ଅଙ୍ଗ, ପ୍ରତ୍ୟେକ ଖେଳାଳି ଖେଳୁଆଡ଼ ମନୋଭାନ ରଖି ଖେଳିବା କଥା ବୋଲି ଉପସ୍ଥିତ ଅତିଥିବୃନ୍ଦ କହିଥିଲେ । ପରେ ସ୍କୁଲର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟଅତିଥିଙ୍କ ଦ୍ୱାରା ସ୍କୁଲର ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିବାବକ, ଛାତ୍ରଛାତ୍ରୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶେଷରେ ସ୍କୁଲର ଭାଇସ ପ୍ରିନ୍ସିପାଲ ଅରୁଣା ନନ୍ଦ ଧନ୍ୟବାଦ ଦେଇଥିଲେ ।