ଚାଲି ଚାଲି ହାଥରସ ଅଭିମୁଖେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥକଙ୍କୁ ଅଟକାଇ ଦିଆଯାଇଛି। ଯମୁନା ଏକ୍ସପ୍ରେସ ରାସ୍ତାରେ ସମର୍ଥକଙ୍କୁ ଅଟାକା ଯାଇଥିବା ଜଣାପଡ଼ିଛି। ରାହୁଲ-ପ୍ରିୟଙ୍କାଙ୍କୁ ବେରିକେଡ ଆଗରେ ଓ ଅନ୍ୟ ନେତାଙ୍କୁ ବ୍ୟାରିକେଡ ପଛରେ ରୋକା ଯାଇଥିଲା। ଏହାପରେ ଉଭୟ ପ୍ରିୟଙ୍କା ଓ ରାହୁଲ ଗାଡ଼ିରୁ ଓହ୍ଲାଇ ପଦଯାତ୍ରା କରିଥିଲେ।
ରାହୁଲ ଓ ପ୍ରିୟଙ୍କା ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସ ଯାଉଛନ୍ତି। ଦିଲ୍ଲୀରୁ ଉଭୟ ନେତା ଗୋଟିଏ ଗାଡ଼ିରେ ବାହାରିଥିଲେ। ସେମାନଙ୍କ ସହ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଓ ଅନେକ ନେତା ହାଥରସ ଗସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗଣଦୁଷ୍କର୍ମ ଓ ବର୍ବରତାର ଶିକାର ହୋଇଥିବା ପୀଡ଼ାତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଓ ରାତାରାତି ପରିବାରର ଅନୁପସ୍ଥିତିରେ ପୁଲିସ ଦ୍ୱାରା ଅନ୍ତିମ ସଂସ୍କାର କରାଯିବାକୁ ନେଇ ସମଗ୍ର ଦେଶରେ ଆକ୍ରୋଶ ଦେଖାଦେଇଛି। ଅନ୍ୟପଟେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାର ବିରୋଧୀ ନାରା ଦେଇଛି।