ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଇନ୍ଦୋର ସେଣ୍ଟ୍ରାଲ ଜେଲରେ କିଛି କଏଦୀଙ୍କୁ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯାଇଛି। ସେଣ୍ଟ୍ରାଲ ଜେଲର ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସୂଚନାନୁସାରେ, କୋଭିସିଲ୍ଡର ୩୦୦ ଡୋଜ୍ ତାଙ୍କୁ ମିଳିଛି। କିଛି ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ଆଉ କିଛି ଜଣଙ୍କୁ ଦେବାର ବାକି ଅଛି। ବର୍ଷକ ମଧ୍ୟରେ ସେଣ୍ଟ୍ରାଲ ଜେଲର ଅନେକ କଏଦୀ ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ଅସ୍ଥାୟୀ ଜେଲ ଓ କ୍ୱାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଇଥିଲା। ସେମାନଙ୍କୁ ଭିଟାମିନ ସି, କାଡ଼ା ଓ ସୁରକ୍ଷିତ ରହିବା ପାଇଁ ଅନେକ ସାଧନ ଦିଆଯାଇଥିଲା। କିନ୍ତୁ ଇତିମଧ୍ୟରେ କାହାରି ମୃତ୍ୟୁ ହୋଇନାହିଁ। ବର୍ତ୍ତମାନ ସମୟରେ ୫ଜଣ କଏଦୀ ଓ ୨ଜଣ କର୍ମଚାରୀଙ୍କ କରୋନା ଚିକିତ୍ସା ଜାରି ରହିଛି।