ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହା ବର୍ଷ ୨୦୨୩ରେ ଦ୍ବିତୀୟ ମନ୍ କି ବାତ୍ । ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ର ଆଜି (ରବିବାର) 98ତମ ସଂସ୍କରଣ । ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଶୁଣିବାକୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

୨୦୨୩ ଜାନୁଆରୀ ୨୯ ତାରିଖରେ ବର୍ଷର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ମୋଦି । ଓଡ଼ିଶାର ଚିଲିକା ହ୍ରଦ ବିଷୟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ ପ୍ରଧାନମନ୍ତ୍ରୀ । ଏହାସହିତ ଓଡ଼ିଶାର ମିଲେଟ ପ୍ରିନିୟର୍ସଙ୍କ କଥା କହି ସୁନ୍ଦରଗଡ ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କଥା କହିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ମିଲେଟ ମିଶନର ସଫଳତା ବିଷୟରେ ମଧ୍ୟ କାର୍ଯ୍ୟକ୍ରମରେ କହିଥିଲେ । ‘India the mother of Democracy’ ନାମକ ପୁସ୍ତକ ବିଷୟରେ ମଧ୍ୟ କହିଥିଲେ ।