ଆଜି ଜାତୀୟ ପାଣିପାଗ କନକ୍ଲେଭର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ପାଣିପାଗ କନକ୍ଲେଭର ଉଦଘାଟନ କରିବେ। ଏହି ଅବସରରେ ମୋଦୀ ଜାତୀୟ ଆଟମିକ ଟାଇମ ସ୍କେଲ୍‍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଲୋକାଭିମୁଖୀ କରିବେ।

ନୂଆଦିଲ୍ଲୀ ସ୍ଥିତ ସିଏସଆଇଆର-ଏନପିଏଲ ସଂସ୍ଥାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କନକ୍ଲେଭର ଆୟୋଜନ କରାଯାଇଥିବାବେଳେ ଚଳିତ ବର୍ଷର ଶୀର୍ଷକ ହେଉଛି “ଜାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା”।

ପରେ ପ୍ରଧାନମନ୍ତ୍ରୀ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ନ୍ୟାସନାଲ୍‍ ଆଟମିକ ଟାଇମ ସ୍କେଲ୍‍ ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମକୁ ୨.୮ ନାନୋ ସେକେଣ୍ଡ୍‍ ପର୍ଯ୍ୟନ୍ତ ଠିକ ଭାବେ ଦର୍ଶାଇବ। ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ।