ନୂଆଦିଲ୍ଲୀ,ଏଜେନ୍ସି: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଚାଲିଥିବା ଯୁଦ୍ଧ ବିଷୟରେ ମୋଦିଙ୍କୁ ଜଣାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ଦିନର ବିଶ୍ବାସକୁ ଦୋହରାଇ କହିଛନ୍ତି ଯେ, ଋଷିଆ ଏବଂ ନାଟୋ ମଧ୍ୟରେ ଥିବା ପାର୍ଥକ୍ୟ କେବଳ ସଚ୍ଚୋଟ ଏବଂ ଆନ୍ତରିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ।
ଏହାସହିତ ମୋଦୀ, ପୁଟିନଙ୍କୁ, ୟୁକ୍ରେନରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କହିଥିବା ବେଳେ ପୁଟିନ ମଧ୍ୟ ସହଯୋଗ ନେଇ ପ୍ରତିଶୃତି ଦେଇଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏକମତ ହେବା ସହ ଅଧିକାରୀ କୁଟନୀତି ଜରିଆରରେ ସମାଧାନ ପାଇଁ ଯୋଗାଯୋଗରେ ରହିବେ। ଏଥିସହ ଏହି ପ୍ରସଙ୍ଗରେ ନିୟମିତ ଯୋଗାଯୋଗ କରିବେ। ସେହିପରି ୟୁକ୍ରେନରେ ଫସି ରହିଥିବା ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବାହାରିବା ଓ ସୁରକ୍ଷିତ ଫେରିବା ଉପରେ କହିଛନ୍ତି ମୋଦୀ।
ସେହିଭଳି ଦ୍ବିପାକ୍ଷିକ କୁଟନୀତି ସ୍ତରରେ ଏହାର ସମଧାନ କରି ହେବ ବୋଲି ମୋଦୀ କହିଛନ୍ତି। ଏହି କଥା ବାର୍ତ୍ତା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।