ରାଷ୍ଟ୍ରପତି ନିର୍ବାଚନ: ପ୍ରଚାର ଲାଗି ବିଜେପିର ୧୪ ଜଣିଆ ପରିଚାଳନା କମିଟି ଗଠିତ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଶୁକ୍ରବାର ୧୪ ଜଣିଆ ପରିଚାଳନା କମିଟି ଗଠନ କରିଛି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ କମିଟି ଆବାହକ ଥିବାବେଳେ ବିଜେପି ଜାତୀୟ ସାଧାରଣ ସଚିବ ବିନୋଦ ତାୱଡେ ଏବଂ ସି.ଟି ରବି ସହ ଆବାହକ ରହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜି କିଶାନ ରେଡ୍ଡି, ଅଶ୍ବିନୀ ବୈଷ୍ଣବ, ସର୍ବାନନ୍ଦ ସୋନୋୱାଲ, ଅର୍ଜୁନ ମେଘୱାଲ ଏବଂ ଭାରତୀ ପାୱାର ଏହି କମିଟିର ସଦସ୍ୟ ରହିଛନ୍ତି। ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ, ଉପ-ରାଷ୍ଟ୍ରପତି ଡି କେ ଅରୁଣା, ଜାତୀୟ ସଚିବ ଋତୁରାଜ ସିହ୍ନା, ମହିଳା ଦଳର ରାଷ୍ଟ୍ରୀୟ ସଭାପତି ଭାନାତି ଶ୍ରୀନିବାସନ, ମୁଖପାତ୍ର ସମ୍ବିତ ପାତ୍ର ଏବଂ ସାଂସଦ ତଥା ଦଳର ଆସାମ ୟୁନିଟ୍ ଉପାଧ୍ୟକ୍ଷ ରାଜଦୀପ ରଏ ମଧ୍ୟ ୧୪ ଜଣିଆ କମିଟିର ସଦସ୍ୟ ରହିଛନ୍ତି।

ବିଶେଷ ସୂତ୍ରର ସୂଚନା ଅନୁସାରେ ଏନଡିଏ ପ୍ରାର୍ଥୀଙ୍କ ପାଇଁ ଦେଶବ୍ୟାପୀ ପ୍ରଚାରର ପରିଚାଳନା କରିବ ଏହି କମିଟି। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଭୋଟ ଗଣତି ଜୁଲାଇ ୨୧ରେ ହେବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଜୁନ ୨୯ ତାରିଖ ରହିଛି।