ଜି-୨୦ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୋହନ ଭାଗବତ ଗୌହାଟ୍ଟୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦେଶକୁ ‘ଇଣ୍ଡିଆ’ ନୁହେଁ ବରଂ ‘ଭାରତ’ କହିବାକୁ ଅପିଲ କରିଥିଲେ । ସଂଘ ମୁଖ୍ୟଙ୍କ ଏହି ଅପିଲ ପରେ ଏବେ ଦେଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ଥାନରେ ଭାରତ ଶଦ୍ଦର ବ୍ୟବହାର କରିଛନ୍ତି । ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରିବାକୁ ଯାଇ ରାଷ୍ଟ୍ରପତି ରିପବ୍ଲିକ ଅଫ ଇଣ୍ଡିଆ ସ୍ଥାନରେ ‘ରିପବ୍ଲିକ ଅଫ ଭାରତ’ ଶଦ୍ଦ ବ୍ୟବହାର କରିଛନ୍ତି ।

ଜି-୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଆୟୋଜିତ ହେବ । ଏହି ସମ୍ମିଳନୀରେ ଅନେକ ଦେଶ ସାମିଲ ହେବା ପାଇଁ ଭାରତ ଆସିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି-୨୦ରେ ସାମିଲ ହେବାକୁ ଦିଲ୍ଲୀ ଆସିବାକୁ ଥିବା ରାଷ୍ଟ୍ରଧ୍ୟକ୍ଷା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଡିନର ପାଇଁ ଆନୁଷ୍ଠାନିକ ରୂପେ ନିମନ୍ତ୍ରଣ ପଠାଇଛନ୍ତି । ଏହି ନିମନ୍ତ୍ରଣରେ ପ୍ରଥମଥର ପାଇଁ ରିପବ୍ଲିକ ଅଫ ଇଣ୍ଡିଆ ସ୍ଥାନରେ ରିପବ୍ଲିକ ଅଫ ଭାରତ ଶଦ୍ଦର ବ୍ୟବହାର କରାଯାଉଛି । ରାଷ୍ଟ୍ରପତିଙ୍କ ଭାରତ ଶଦ୍ଦ ବ୍ୟବହାରକୁ ସଂଘ ପକ୍ଷରୁ ମୋହନ ଭାଗବତଙ୍କ ଅପିଲ ସହ ଯୋଡ଼ିକି ଦେଖାଯାଉଛି ।