ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦେଶ ପାଳୁଛି ୭୩ ତମ ସ୍ବାଧୀନତା ଦିବସ। କୋଭିଡ କଟକଣା ଭିତରେ ସମଗ୍ର ଦେଶ ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବମୁଖର। ଏହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ। ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହୋଇଛି ପରେଡ। ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ପରେଡରେ ପ୍ରଦର୍ଶିତ ହୋଇଛି ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲ ପହଞ୍ଚି ସେଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଷ୍ଟ୍ରୀୟ ସମର ସ୍ମାରକରେ ୨୬ ହଜାରରୁ ଅଧିକ ଶହୀଦଙ୍କ ନାମ ଖୋଦିତ ହୋଇଛି। ଏହାପରେ ସେଠାରୁ ରାଜପଥରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଦିଲ୍ଲୀ ରାଜପଥରୁ ଦୁନିଆ ଦେଖିଛି ଭାରତର ସାମର୍ଥ୍ୟ। ଭାରତର ସାଂସ୍କୃତିକ ବିବିଧତାର ଝଲକରେ ଝଲସି ଉଠିଛି ରାଜପଥ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ରାଫେଲ, ସୁଖୋଇ, ଜାଗୁଆର, ଏମ୍ଆଇ-୧୭, ସାରଙ୍ଗ, ଉପାଚେ ଓ ଡକୋଟା ସମେତ ରାହତ, ମେଘନା, ଏକଲବ୍ୟ, ତ୍ରିଶୁଲ, ତିରଙ୍ଗା, ବିଜୟ ଓ ଅମୃତ ଆଦିପୁରୁଣା ଓ ଆଧୁନିକ ବିମାନ ଫ୍ଲାଇ-ପାଷ୍ଟରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଥମ ଥର ପାଇଁ ପରେଡ ସମୟରେ ରାଜପଥରେ ୭୫ ମିଟ ଲମ୍ବା ଓ ୧୫ ଫୁଟ ଉଚ୍ଚାରେ ୧୦ ସ୍କ୍ରାଲ ପ୍ରଦର୍ଶିତ କରାଯାଇଛି।