ମହିଳା ଆରକ୍ଷଣ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ମହିଳା ଆରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ ଆଇନରେ ପରିଣତ ହୋଇଯାଇଛି ।

ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଧେୟକ ସେପ୍ଟେମ୍ବର ୨୦ରେ ଲୋକସଭା ଏବଂ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ପାରିତ ହୋଇଛି । ଏହି ବିଧେୟକ ଆଇନରେ ପରିଣତ ହେବା ପରେ ଲୋକସଭା ଓ ରାଜ୍ୟ ବିଧାନସଭାର ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ମିଳିବ । ବିଲ ସଂସଦରେ ପାରିତ ହେବା ପରେ ଏହା ଆମ ସମୟର ସବୁଠୁ ବଡ଼ କ୍ରାନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।