ବେଳଗାଁରେ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଳଗାଁ ଡାକ ବଙ୍ଗଳାରେ ୧୯୯୦ ମସିହା ଘୁନସର ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଆଗାମୀ ଦିନରେ ହେବାକୁ ଯାଉଥିବା ବନ୍ଧୁ ମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇସମେଲ ଶିଖାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ୩ଜଣ ବନ୍ଧୁଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା ପରେ ସଭା ଆରମ୍ଭ ହୋଇଥିଲା । ସଭାପତି ସଞ୍ଜିବ କୁମ୍ଭାର ମିଶ୍ର, ସମ୍ପାଦକ ଇସମେଲ ଶିଖା ଓ କୋଷାଧ୍ୟକ୍ଷ ମୋତିଲାଲ କଲତା ପ୍ରମୁଖଙ୍କୁ କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖାରବେଳ ମହାନନ୍ଦ, ବିଷ୍ଣୁ ଭୋଇ, ବାଞ୍ଛାନିଧି ବୁଡ଼େକ, ପ୍ରମୋଦ ବେହେରା, ଦେବରାଜ ଗଡ଼ତିଆ, ପ୍ରଶ୍ନ ବାଗ, ଡାଉତ ନନ୍ଦ ଓ ରତ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।