ମିଶନ ୨୦୨୪ ପାଇଁ କଂଗ୍ରେସକୁ ରୋଡମ୍ୟାପ ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆବାସରେ ଆଜି ପାର୍ଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସର ପୁରୁଖା ନେତାଙ୍କ ସାମ୍ନାରେ ରୋଡ ମ୍ୟାପ ଉପସ୍ଥାପନ କରିଛନ୍ତି । ଏଥିରେ କଂଗ୍ରେସର ବିଜୟର ଯୋଜନା ପ୍ରସ୍ତୁତ ହୋଇଛି । ଉକ୍ତ ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ବ୍ୟତୀତ, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, ଏକେ ଆଣ୍ଟୋନୀ, ଅମ୍ବିକା ସୋନୀ ଓ ଜୟରାମ ରମେଶ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳ କହିଛନ୍ତି ଯେ, ପ୍ରଶାନ୍ତ କିଶୋର କଂଗ୍ରେସ ନେତାଙ୍କ ସମ୍ମୁଖରେ ୨୦୨୪ ନିର୍ବାଚନ ପାଇଁ ଏକ ବିସ୍ତୃତ ପ୍ରେଜେଣ୍ଟେସନ ରଖିଛନ୍ତି । ଏହି ପ୍ରେଜେଣ୍ଟେସନ ଉପରେ ସମୀକ୍ଷା କରିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି । ସପ୍ତାହକ ମଧ୍ୟରେ ଏହାର ରିପୋର୍ଟ ସୋନିଆ ଗାନ୍ଧୀଙ୍କୁ ହସ୍ତାନ୍ତର କରାଯିବ ।