ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଭ୍ୟ ହେଲେ ପ୍ରସନ୍ନ ମହାନ୍ତି

ପାଟଣାଗଡ଼,ଏନ୍ଏନ୍ଏସ୍: ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ(ପିସିଆଇ)ର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ଜାତୀୟ ସାମ୍ବାଦିକ ୟୁନିୟନର ମହାସଚିବ ଏବଂ ଓଡ଼ିଶା ସାମ୍ବାଦିକ ୟୁନିୟନ ସଭାପତି ଥିବା ଶ୍ରୀ ମହାନ୍ତି ଦୀର୍ଘ ବର୍ଷ ଧରି ଓଡ଼ିଶାରେ ସାମ୍ବାଦିକତା କରୁଛନ୍ତି। ଜଣେ ଆଗଧାଡ଼ିର ରାଜନୈତିକ ସମୀକ୍ଷକ ଭାବେ ସେ ବେଶ ପରିଚିତ। ଆଗାମୀ ୩ବର୍ଷ ପାଇଁ ପିସିଆଇର ସଭ୍ୟ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ଗତକାଲି ଭାରତୀୟ ପ୍ରେସ କାଉନସିଲ ତରଫରୁ ଶ୍ରୀ ମହାନ୍ତିଙ୍କ ମନୋନୟନ ସମ୍ପର୍କରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗଣମାଧ୍ୟମର ସୁରକ୍ଷା ଓ ସାମ୍ବାଦିକଙ୍କ ସାମୂହିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଏହା ଏକ ସର୍ବୋକୃଷ୍ଟ ସୁଯୋଗ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପାଟଣାଗଡ଼ ଓୟୁଜେ ତରଫରୁ ସଦାଶିବ ସରାଫ, ବଂଶୀଧର ସେଠ, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରହଲ୍ଲାଦ ପାଢ଼ୀ ଓ ପ୍ରବୀଣ ପୁରୋହିତ ପ୍ରମୁଖ ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରିଛନ୍ତି।