ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଜିଲ୍ଲା ବିଜେଡ଼ି ନେତୃ ମଣ୍ଡଳୀ ଓ କର୍ମୀମାନଙ୍କୁ ଜୁମ୍ ଆପ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାରେ ବିକାଶର ଧାରାକୁ ତ୍ୱରାନ୍ନିତ କରାଇବା ପାଇଁ ପ୍ରତିଶ୍ରୁତି ହେଇଥିଲେ। ସେହିପରି ନୂତନ ବର୍ଷ ଅବସରରେ ନିଜ କର୍ମକ୍ଷେତ୍ର ବାରିପଦାରେ ବିକାଶ ବାର୍ତ୍ତା ବାଣ୍ଟି ଥିଲେ। ବାରିପଦା ଶ୍ରୀହରିବଳଦେବ ଜିଉ ମହାପ୍ରଭୂଙ୍କ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା, ମହାରାଜା ଶ୍ରୀରାମଚନ୍ଦ୍ର ପାଠାଗାରର ନବ କଳେବର ଆଦିର ସମୀକ୍ଷା କରିଥିଲେ।