ଗୋଆ: ପ୍ରମୋଦ ସାୱନ୍ତ ଲଗାତାର ଦ୍ୱିତୀୟଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସାୱନ୍ତଙ୍କୁ ରାଜଧାନୀ ପାଣାଜୀର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ରାଜ୍ୟପାଳ ପୀ.ଏସ.ଶ୍ରୀଧରଣ ପିଲ୍ଲଇ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅଧ୍ୟକ୍ଷ ଜେପି ନଡ୍ଡା ଓ ମହାରାଷ୍ଟ୍ର ପୂବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ଥିଲେ । ମୋଦୀ ଆଜି ସକାଳ ୧୦ଟାରେ ଗୋଆ ଏୟାରପୋର୍ଟରେ ପହଂଚିଥିଲେ । ସେଠାରେ ରାଜ୍ୟସଭା ସାଂସଦ ବିନୟ ତେନ୍ଦୁଲକର ଓ ପ୍ରଦେଶ ସଦାନନ୍ଦ ସେଠ ମୋଦୀଙ୍କୁ ସ୍ୱାଗତ କରିଥିଲେ ।
ସୂଚନାଯୋଗ୍ୟ, ପ୍ରମୋଦ ସାୱନ୍ତ ତୃତୀୟଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଧାନସଭାର ପୂର୍ବତନ ବାଚସ୍ପତି ମଧ୍ୟ ଥିଲେ । ୨୦୧୭ରେ ବିଧାନସଭା ଅଧ୍ୟକ୍ଷ ଭାବେ ସାୱନ୍ତଙ୍କୁ ଚୟନ କରାଯାଇଥିଲା । ୨୦୧୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପେଶାରେ ସାୱନ୍ତ ଜଣେ ଆୟୁର୍ବେଦିକ ଡାକ୍ତର ।