ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଶର୍ମିଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଅଭିଯୁକ୍ତ ଦ୍ୱୟଙ୍କୁ ଆଜି ଜେଏମଏଫସି କୋର୍ଟରେ ହାଜର କରାଯିବ । ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ । ଉକ୍ତ ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ ।
ସୂଚନାଯୋଗ୍ୟ, ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ କୋଲକାତାରୁ ଫେରିବା ବେଳେ ନଳାଙ୍ଗ ନିକଟରୁ ଗିରଫ କରାଯାଇଛି । ଶର୍ମିଷ୍ଠା ବସ ଯୋଗେ କୋଲକାତାରୁ ଭୁବନେଶ୍ୱର ଫେରୁଥିଲେ । ଶର୍ମିଷ୍ଠା କୋଲକାତା ଓ ଗୌହାଟୀରେ କିଛି ଦିନ ଥିଲେ । ଏମିତିକି ରେଳ ଷ୍ଟେସନରେ ମଧ୍ୟ ଆଶ୍ରୟ ନେଇଥିବା ଜଣାପଡ଼ିଛି ।