ପତୋର ପର୍ଯ୍ୟଟନ କ୍ଷେତ୍ରକୁ ସିଲ କଲା ପ୍ରଶାସନ

 ନୂଆପଡ଼ା,ଏନ୍ଏନ୍ଏସ୍: କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ପର୍ଯ୍ୟଟନ କ୍ଷେତ୍ର, ଦର୍ଶନୀୟ ସ୍ଥାନ ଓ ପ୍ରସିଦ୍ଧ ମନ୍ଦିରକୁ ସିଲ କରିବାକୁ ପରିଚଳନା କମିଟିକୁ ନିର୍ଦ୍ଦେଶ ଦେଇଛି । ପୂର୍ବରୁ ଜିଲ୍ଲାର ସମସ୍ତ ପର୍ଯ୍ୟଟନ କ୍ଷେତ୍ର ଓ ତୀର୍ଥସ୍ଥଳୀକୁ ଯିବା ଲାଗି ପ୍ରଶାସନ ତରଫରୁ ବାରଣ କରାଯାଇଥିଲା। ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂଙ୍କ ନିର୍ଦ୍ଦେଶକ୍ରମେ ସଦର ବ୍ଲକସ୍ଥିତ ପତରା ପ୍ରସିଦ୍ଧ ଶୈବପୀଠ ଓ  ପର୍ଯ୍ୟଟନ କ୍ଷେତ୍ରର ମୁଖ୍ୟ ରାସ୍ତାକୁ ମନ୍ଦିର ପରିଚାଳନା କମିଟି ତରଫରୁ ସିଲ କରାଯାଇଛି। କେବଳ ବିଧି ରକ୍ଷା ପାଇଁ ମନ୍ଦିର ପୂଜକ ଭଗଵାନଙ୍କ ପୂଜା ଅର୍ଚ୍ଚନା କରିବେ ବୋଲି ପରିଚାଳନା କମିଟିର ସମ୍ପାଦକ ଭାନୁପ୍ରତାପ ଦଣ୍ଡସେନା ସୂଚନା ଦେଇଛନ୍ତି ।