ଯୁବକଙ୍କ ମୃତଦେହ ବ୍ୟବଛେଦ ପାଇଁ ନାକେଦମ ହେଲା ପୁଲିସ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଦୁଡୁକାଵାଲ ଗ୍ରାମର ବାବୁଲା ଗୋଡ଼ କୈାଣସି କାରଣ ଗତ ମାସ ୬ତାରିଖ ରୁ କୋଉଆଡେ ପଳେଇ ଯାଇଥିଲେ । ଏହା ପରେ ବାବୁଲା ନିଜ ଘରକୁ ଫେରିନ ଥିବା ବେଳେ ପରିବାର ଲୋକେ ବହୁତ ଖୋଜାଖୋଜି କରି ଥିଲେ । ତାଙ୍କୁ ନ ପାଇବାରୁ ପରିବାର ପକ୍ଷରୁ ଗତ ୧୦ ତାରିଖ ରେ ଟିକିଲି ଥାନା ରେ ଅଭିଯୋଗ କରିଥିଲେ । ଏହା ପରେ ଟିକିରି ଥାନା ପକ୍ଷରୁ ମଧ୍ୟ ଖୋଜାଖୋଜି ଯାରି ରହିଥିଲା । କିନ୍ତୁ ଆଜି ବାଵୁଲାଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ନିକଟସ୍ଥ ଗ୍ରାମ ପାଖରେ ଏକ ଗଛରେ ମିଳିଥିଲା ।

ମୃତଦେହ ଝୁଲୁ ଥିବା ଯାଣିବାକୁ ପାଇଁ ଟିକିଲି ପୁଲିସକୁ ସ୍ଥାନୀୟ ଲୋକେ ଜଣାଇଥିଲେ । ଏହା ପରେ ଘଟଣାସ୍ଥଳକୁ ଟିକିରି ପୋଲିସ ପହଞ୍ଚି ତଦନ୍ତ କରିଥିଲା । ପୁଲିସ ଶବ ଜବତ କରି ପରିବାର ଲୋକଙ୍କୁ ବ୍ୟବଛେଦ ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କହିଥିଲା । ତେବେ ବ୍ୟବଛେଦ ପାଇଁ ଆମ୍ବୁଲାନ୍ସ ଆସି ବାର ଵିଳମ୍ବ ହେବା ଯୋଗୁ ଶବକୁ କାନ୍ଧରେ ବୋହି କୋରାପୁଟ 100 କିଲୋମିଟର ଯିବାପାଇଁ ପ୍ରାୟ ୮କିଲୋମିଟର ରାସ୍ତା ପାର କରିବା ସମୟରେ ପୁଲିସ ପହଞ୍ଚି ବହୁତ ବୁଝାସୁଝା କରିବା ପରେ ଉକ୍ରଳ ଆଲୁମିନା କମ୍ପାନୀ ଆମ୍ବୁଲାନ୍ସ ଆସି ଶବ ନେଇ କୋରାପୁଟରେ ବ୍ୟବଛେଦ ପରେ ସନ୍ଧ୍ୟାରେ ଦୁଡୁକାଵାଲ ଗ୍ରାମରେ ଶବ ସତ୍କାର ହୋଇଥିଲା ।