ବାଇକ୍ ଦୁର୍ଘଟଣାରେ ଜଣେ ପୁଲିସ ଏସ୍ଆଇ ମୃତ

ବାରିପଦା,ଏନ୍ଏନ୍ଏସ୍: ସଡକ ଦୁର୍ଘଟଣାରେ ସୋମବାର ସନ୍ଧ୍ୟାରେ ଜଣେ ପୁଲିସ ର୍କମଚାରୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ ରାସ୍ତାରେ ଗାଡି ଯାଞ୍ଚ କରୁଥିବା ବେଳେ ଏ ବାଇକ୍ ଧକ୍କାରେ ଟାଉନ ଥାନା ଏସଆଇ ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ୨ଜଣ ଯୁବକ ଏକ ବାଇକରେ ଯାଉଥିବାବେଳେ ପୁଲିସ ଯାଞ୍ଚ ପାଇଁ ଗାଡିଟିକୁ ଅଟକାଇବା ପାଇଁ କହିଥିଲା। ମାତ୍ର ଯାଞ୍ଚରୁ ଖସି ଜିବାକୁ ଉଦ୍ୟମ କରି ପୁଲିସ ଏସଆଇଙ୍କୁ ବାଇକଟି ଧକ୍କା ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଏସଆଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ଏହି ଘଟଣାଟିରେ ପୁଲିସ ବାଇକ୍ ଆରୋହୀଙ୍କୁ ଥାନାରେ ଅଟକ ରଖିଛି।