ଆଉ ଏକ ସସ୍ କାରଖାନାକୁ ସିଲ କଲା ପୁଲିସ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ କୁନ୍ଦୋଳ ଠାରେ ଥିବା ଏକ ସସ୍ କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ଦୀର୍ଘ ଦିନ ଧରି ସେଠାରେ ସସ୍ କାରଖାନା ଚାଲୁଥିବାରୁ ଅପମିଶ୍ରିତ ସସ୍ ତିଆରି ହେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ବଡ଼ଚଣା ପୁଲିସ ଏବଂ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ଉକ୍ତ ସସ୍ କାରଖାନାକୁ ସିଲ କରାଯାଇଛି। ଏଠାରେ ତିଆରି ହେଉଥିବା ସସର ସାମ୍ପଲ ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ କଟକ ଠାରେ ମଧ୍ୟ ପୁଲିସ ନକଲି ସସ୍ କାରଖାନା ଠାବ କରି ତାକୁ ସିଲ କରିଥିଲା।