ପାଟଣାଗଡ଼,ଏନ୍ଏନଏସ୍: ପାଟଣାଗଡ଼ ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅଜୟ ତୁମନିଆ, ଗୋବିନ୍ଦ ବିଉଇ, ନରେନ୍ଦ୍ର ସାଣ୍ଡ, ପଦ୍ମଲୋଚନ ନାଗ, ଜୟ କୁମାର ବଗର୍ତ୍ତି ଓ ବାଲାନନ୍ଦ ଜୁଏଡ଼ । ମିଳିଥିବା ରିପୋର୍ଟ ମୁତାବକ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭଇଁଷା ଗ୍ରାମରେ ଜୁଆଡ଼ିମାନେ ଜୁଆ ଖେଳୁଥିବାବେଳେ ଚଢ଼ଉ କରି ଘଟଣାସ୍ଥଳରୁ ୬ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଏଥିସହିତ ଅଭିଯୁକ୍ତଙ୍କଠାରୁ ନଗଦ ୧୨୦୦ ଟଙ୍କା, ୨ଟି ମୋବାଇଲ ଫୋନ ସହ ଜୁଆ ଖେଳରେ ଆବଶ୍ୟକ ହେଉଥିବା ଜିନିଷ ପତ୍ରକୁ ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲେ । ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।