ଦିଲ୍ଲୀ ହିଂସା ବିରୋଧରେ ପୁଲିସକର୍ମୀଙ୍କ ପରିଜନଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀ ବୋର୍ଡର୍ରରେ ଆନ୍ଦୋଳନ କରୁଥିବା କୃଷକ ନେତା ଆଜି ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥୀରେ ଦିନକର ଉପବାସ କରିଛନ୍ତି। ଅନ୍ୟପଟେ ଦିଲ୍ଲୀ ହିଂସା ବିରୋଧରେ ଆହତ ପୁଲିସକର୍ମୀଙ୍କ ପରିଜନ ବି ସହିଦ ପାର୍କରେ ପ୍ରଦର୍ଶନ କରି ନ୍ୟାୟ ମାଗୁଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ୨୬ ଜାନୁଆରୀରେ ହୋଇଥିବା ହିଂସା ମାମଲାରେ ଆଜି ଫରେନସିକ୍ ଟିମ୍ ଲାଲକିଲ୍ଲା ପହଞ୍ଚିଛି। ଏହି ଟିମ୍ ଲାଲକିଲ୍ଲା ଭିତରେ ରକ୍ତ ନମୁନା, ଭଙ୍ଗାରୁଜା, ପତାକା ଆଖପାଖ ସ୍ଥାନର ସେମ୍ପଲ ନେବ। ସେଠାରେ ଲାଗିଥିବା ସିସିଟିଭ ଫୁଟେଜର ମଧ୍ୟ ଯାଞ୍ଚ କରିବ।