ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ନାଲାରୋଡ ଅଞ୍ଚଳର କଣ୍ଟେନମେଣ୍ଟ ଅଞ୍ଚଳ ମହତାବ ରୋଡରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ଏହି ପରିପ୍ରେକ୍ଷୀରେ କେତେକ ଦୁର୍ବୃତ୍ତ ପୁଲିସ ଉପରକୁ ପଥର ମାଡ଼ କରିବା ସହିତ ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାର ଦେଖି ଘଟଣାସ୍ଥଳକୁ ଅଧିକ ପୁଲିସ ଫୋର୍ସ ପଠାଯାଇଛି।
