ନୂଆପଡ଼ା ଗସ୍ତରେ ପୁଲିସ ଡିଜି, ମାଓ ଗତିବିଧି ନେଇ କଲେ ସମୀକ୍ଷା

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡା ଦିନିକିଆ ଗସ୍ତରେ ପୁଲିସ ମହା ନିର୍ଦ୍ଦେଶକ ଅଭୟ। ନୂଆପଡା ଜିଲ୍ଲାରେ ଚାଲିଥିବା ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି ଅଭୟ। ଏହାସହ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟର ଆକାଶ ମାର୍ଗରେ ବୁଲିବା ସହ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ନୂଆପଡା ଏସପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ନୂଆପଡା ଜିଲ୍ଲାରେ କିଛିବର୍ଷ ହେବ ମାଓ ଗତିବିଧି କମିଥିବା ସୂଚନା ଦେଇଛନ୍ତି ଡିଜିପି। ଯାହାର ଶ୍ରେୟ ଓଡିଶା ପୁଲିସ ଓ ସିଆରପିଏଫଙ୍କୁ ଦେଇ ଧନ୍ୟବାଦ ଦେଇଥିଲେ ଡିଜିପି ଅଭୟ।