ଦୁଇ ବର୍ଷର ଦୁଃସ୍ୱପ୍ନ ପରେ ଆସୁଛନ୍ତି ଜଗତ ଜନନୀ, ଟ୍ୱିନସିଟିବାସୀ ମା’ଙ୍କ ଦର୍ଶନ କରନ୍ତୁ: ପୋଲିସ କମିଶନର

ଭୁବନେଶ୍ବର,ଏନ୍ଏନ୍ଏସ୍: ପାଖେଇ ଆସୁଛି ସାରଦୀୟ ଦୁର୍ଗା ପୂଜା । ମାଙ୍କ ସ୍ବାଗତ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ଗାଁ ରୁ ସହର ସବୁଠି ଚାଲିଛି ସାଜସଜ୍ଜା । ବିଶେଷ କରି ରାଜ୍ୟର ଟ୍ବିନସିଟି କଟକ-ଭୁବନେଶ୍ବରରେ ଧୂମଧାମରେ ପାଳିତ ହେବ ଦୁର୍ଗା ପୂଜା । ପୂଜା ବେଳେ ଭକ୍ତଙ୍କ ଗହଳୀ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜାର ରୀତିନୀତି ପାଳନ ଏକ ଆହ୍ବାନ ଭରା ରହିବ । ପୂଜା ବେଳେ ଯେଭଳି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ର, ସୁରକ୍ଷା ପୁରା ସଠିକ ରହିବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, “କମିଶନରେଟ ପୋଲିସ ପକ୍ଷରୁ ଯାହା କରାଯିବା ଦରକାର ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।”