ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାର ଲଣ୍ଡାଗାଁ ପଞ୍ଚାୟତର ଘୋଡ଼ାବାଲି ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ସମୟରେ ପୁଲିସ ଧରିବାରେ ସଫଳ ହୋଇଛି । ଫଳରେ ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ଜଣକ ହେଲେ ଘୋଡ଼ାବାଲି ଗ୍ରାମର ଦୌରଥ ବାଘ । ସୂଚନାନୁସାରେ, ବାଲିଗୁଡ଼ା ଥାନା ସବଇନ୍ସପେକ୍ଟର ଆଶୁତୋଷ ପାଇକରାୟ ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିବା ସମୟରେ ଉକ୍ତ ସ୍ଥାନରେ ଚଢ଼ଉ କରି ଗଞ୍ଜେଇ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।