ଧରାପଡିଲେ ୩ ନକଲି ମାଓବାଦୀ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ନାରାପାଟଣା ଅଞ୍ଚଳରେ ୩ଜଣ ନକଲି ମାଓବାଦୀ ଧରାପଡିଛନ୍ତି। ଏହି ୩ଜଣ ନିଜକୁ ମାଓବାଦୀ କହି ଜଣେ ଠିକାଦାରଙ୍କୁ ୨୫ ଲକ୍ଷ ଦେବାପାଇଁ ଧମକ ଦେଇଆସୁଥିଲେ। ନଦେଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏନେଇ ଠିକାଦର ଜଣକ ପୁଲିସ୍ ଆଗରେ କହିଥିଲେ। ଏହି ଘଟଣାକୁ ନାରାୟଣପାଟଣା ପୁଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିଲା। ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ଠାରୁ ବନ୍ଧୁକ ସମେତ ମାରଣାସ୍ତ୍ର ଜବତ କରିଛି।