ରୁଷିଆର ଚେତାବନୀ ପରେ ୟୁକ୍ରେନ୍‌କୁ ଲଢୁଆ ବିମାନ ଦେବାକୁ ମନା କଲା ପୋଲାଣ୍ଡ

କିଭ୍‌,ଏଜେନ୍ସି: ପୋଲାଣ୍ଡ ନିଜର ବିମାନ ଚାଳକଙ୍କୁ ୟକ୍ରେନ୍ ପଠାଇବା ଏବଂ ନିଜର ଆକାଶ କ୍ଷେତ୍ରର ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରିଛି। ଏହା ପୂର୍ବରୁ ଆମେରିକୀୟ ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ‘ଗ୍ରୀନ ସିଗନାଲ’ ଦେଇ କହିଥିଲେ ଯେ, ନାଟୋର ସଦସ୍ୟ ୟୁକ୍ରେନ୍‌ରେ ଲଢୁଆ ବିମାନ ପଠାଇପାରନ୍ତି। କିନ୍ତୁ ରୁଷିଆ ପୂର୍ବରୁ ହିଁ ଚେତାବନୀ ଦେଇସାରିଛି ଯେ, ଯଦି ନାଟୋ ସହିତ ଜଡିତ ରାଷ୍ଟ୍ର ୟୁକ୍ରେନ୍‌କୁ ସେନା ସହାୟତା ପ୍ରଦାନ କରାଯାଏ, ତା’ହେଲେ ଜବାବ ଦିଆଯିବ।

ରୁଷିଆ ଠାରୁ କଡ଼ା ଚେତାବନୀ ମିଳିବା ପରେ ପୋଲାଣ୍ଡ ଏବେ ୟୁକ୍ରେନ୍‌କୁ ଲଢୁଆ ବିମାନ ଦେବାକୁ ମନା କରିଦେଇଛି। ଅନ୍ୟପଟରେ ରୁଷିଆ ଏବେ ସିରିଆର ଯୋଦ୍ଧାଙ୍କୁ ନିଜ ସେନାରେ ଭର୍ତ୍ତି କରୁଛି। ୟୁକ୍ରେନ୍ ମିଡିଆ ପକ୍ଷରୁ କୁହାଯାଇଛି ଯେ, ରୁଷିଆ ଏବେ କିଭ୍‌କୁ ଅକ୍ତିଆର କରିବା ପାଇଁ ସେନା ପଠାଉଛି। ମାତ୍ର ଏବେ ଜଣାପଡ଼ି ନାହିଁ ଯେ, କେତେଜଣ ସିରିଆ ସୈନିକ ରୁଷିଆର ସେନାରେ ସାମିଲ ହେଉଛନ୍ତି।

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ସଂଘର୍ଷ ୧୨ ଦନିରେ ପହଞ୍ଚିଛି। ଯୁଦ୍ଧ କାରଣରୁ ଏପର୍ଯ୍ୟନ୍ତ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ି ସାରିଛନ୍ତି। ଏହାରି ମଧ୍ୟରେ ରୁଷୀୟ ସେନା ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇଛି ଯେ, ୟୁକ୍ରେନ୍‌କୁ ‘ନୋ-ଫ୍ଲାଏ ଜୋନ’ ଘୋଷିତ କରିଥିବା ଦେଶକୁ ଯୁଦ୍ଧରେ ସାମିଲ କରାଯିବ।

ୟୁରୋପୀୟ ସଂଘର ନେତା ଚାଲର୍ସ ମିଶେଲ ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦୀମିର ଜେଲେନସ୍କିଙ୍କୁ ୟୁକ୍ରେନ୍ ଆକାଶ ପରିସୀମା ଉପରେ ନେ-ଫ୍ଲାଏ ଜୋନ ଲାଗୁ କରିବାକୁ ଅପିଲ ଉପରେ ଅଭିଯୋଗ ଆଣ କିହଛନ୍ତି ଯେ, ଏଭଳି କରାଯିବା ଦ୍ୱାରା ବିଶ୍ୱଯୁଦ୍ଧ ହୋଇପାରେ।