ବିଷାକ୍ତ ମଦ ପିଇ ଦୁଇ ଗୁରୁତର: ଅବକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ପୁଣି ଲେଉଟିଲା ମଦ ବିଭିଷିକା । ଏଥର ଖବର ମିଳିଛି କଲ୍ୟାଣସିଂହପୁର ବ୍ଲକରୁ । ଏହି ବ୍ଲକର ଦୁଇଟ ପୃଥକ ଜାଗାରୁ ଖର ଆସିଛି । ଧାମୁଣି ପଙ୍ଗା ପଚାଂୟତ ଅନ୍ତର୍ଗତ କୁଲୁମୁଇ ଗାଁର ଗୋଟିଏ ପରିବାରର ଦୁଇଭାଇ ବିଶ୍ୱନାଥ ୱାନ୍ଦାଲାକା ଏବଂ ବଳରାମ ୱାନ୍ଦାଲାକା ବିଶାକ୍ତ ମଦ ପିଇ ଗୁରୁତର ହୋଇଯାଇଥିଲେ । ତାଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଖବର ନେବାରେ ଜଣାଯାଇଛି ଉଭୟ ଭାଇ ଗାଇ ଚରାଇବାକୁ କତାଗୁଡ଼ା ଗାଁକୁ ଯାଇଥିବା ବେଳେ ସେଠାରୁ ଦେଶିରନ୍ଧା ମଦ ଆଣି ପଇଥିଲେ । ଏହି ମଦ ପିଇବାର କିଛି ସମୟ ପରେ ଜ୍ୱରରେ ପେଟ ବ୍ୟଥା ସାଙ୍ଗକୁ ତରଳ ଝାଡ଼ା ହୋଇଥିଲା । ଫଳରେ ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଗୁରୁତର ହେବାରୁ ଜପୁଣି ଏକ ଆମ୍ବୁଲାନସରେ ରାୟଗଡ଼ା ସ୍ଥାନାନ୍ତର କରାଯାଇଛି ।

ସେହି ପରି ସେହି ବ୍ଲକର ନାରାୟଣପୁର ପଚାଂୟତ ଅନ୍ତର୍ଗତ ସିରିପୁର ଗାଁରେ ମଧ୍ୟ ୫ ଜଣ ଦେଶିମଦ ପିଇ ସାମାନ୍ୟ ଅସୁସ୍ଥ ହୋଇଥିବା ଖବର ମିଳିଛି । ତେବେ ସିରିପୁରର ଅସୁସ୍ଥଙ୍କୁ ମାନେ ଚିକିତ୍ସା ପାଇଁ ଡ଼ାକ୍ତର ଖାନା ଆସିନଥିଲେ । ଆମେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏନେଇ ସେ ଜିଲ୍ଲା ଅବକାରି ଅଧିକ୍ଷକ ଏବଂ ସିଡ଼ିଏମଓଙ୍କ ଠାରୁ ରିପୋର୍ଟ ମଗାଯାଇଛି । ଏବଂ ଏସପିଙ୍କ ସହ ଆଲୋଚନା କରି ଏଭଳି ବିଶାକ୍ତ ମଦ ରାନ୍ଧୁଥିବା କିମ୍ବା ବିକୁଥିବା ଲୋକଙ୍କୁ ଚିହ୍ନଟକରି ତୁରନ୍ତ ଆଇନଗତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।